ପିରାମିଡ୍ ସ୍ପିରିଚ୍ୟୁଆଲ ସୋସାଈଟିସ୍ ମୁଭମେଣ୍ଟ୍ ଧର୍ମ ନିରପେକ୍ଷ ଲୋଭ ଶୁନ୍ୟ ଲାଭତ୍ୟକ୍ତ ସ୍ବେଚ୍ଛାସେବୀ ସଂସ୍ଥା ଅଟେ | ଆନାପାନସତି ଧ୍ୟାନ, ଶାକାହାର ଏବଂ ପିରାମିଡ୍ ଶକ୍ତିର ପ୍ରସାରଣ କରି ଏହାକୁ ସମସ୍ତଂକ ପାଖରେ ପହଂଚାଇବା ଉଦ୍ଦେଶ୍ୟ ରେ କାର୍ଯ୍ୟରତ | ଜ୍ଞାନାଲୋକ ପ୍ରାପ୍ତ ବ୍ରହ୍ମର୍ଷି ପତ୍ରୀଜୀଂକ ଦ୍ୱାରା ୧୯୯୦ ମସିହା ରେ ଏହି ସଂଗଠନ ପ୍ରତିଷ୍ଠିତ | ଏହାର ଉଦ୍ଦେଶ୍ୟ ହେଲା ମାନବ ସମାଜ ର ମଂଗଳ ନିମିତ ଏହାର ଆଧ୍ୟାଡ୍ମ ଧାରା ଓ ଏକତ୍ୱ ଭାବକୁ ପ୍ରତ୍ୟେକ ବ୍ୟକ୍ତି ର ହାତ ପାଖରେ ପହଂଚାଇବା |
ଜ୍ଞାନଦୀପ୍ତ ବ୍ରହ୍ମର୍ଷି ପତ୍ରୀଜୀ ପି.ଏସ୍.ଏସ୍.ଏମ୍ ର ଆନ୍ଦୋଳନ କୁ ଆଧ୍ୟାଡ୍ମ ସୁସ୍ଥ ଜୀବନ ଯାପନ ପ୍ରଣାଳୀକୁ ସମସ୍ତ ମାନବ ସମାଜ ମଧ୍ୟରେ ବିତରଣ କରିଥିଲେ | ପ୍ରତ୍ୟେକ ବ୍ୟକ୍ତିର ହାତ ପାଖରେ ପହଂଚାଇବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଆଟେ | କୁର୍ନୂଲ୍ ଆଧ୍ୟାଡ୍ମିକ ସଂଗଠନ ନାମରେ ଏହା ୧୯୯୦ ରେ ପ୍ରକାଶ ଲାଭ କରି ଆଜି ପ୍ରାୟ ୨୦୦୦ ସ୍ୱାଧୀନ ଓ ସ୍ୱୟଂସେବି ପିରାମିଡ୍ ଧ୍ୟାନ ଆନ୍ଦୋଳନରେ ପହଂଚିଲାଣି | ଏଥିରେ ଲକ୍ଷ ଲକ୍ଷ ସକ୍ରିୟ କର୍ମୀ ଓ ସ୍ବେଚ୍ଛାସେବୀ ଭାରତ ର ସମସ୍ତ ରାଜ୍ୟରୁ ତଥା ଅନ୍ୟାନ୍ୟ ଦେଶରୁ ଆସି ଅଂଶ ଗ୍ରହଣ କରିଛନ୍ତି | ଯଥା :- ନିଉଜିଲାଣ୍ଡ୍, ଅଷ୍ଟ୍ରେଲିୟା, ଆମେରିକା, ଇଂଲଣ୍ଡ, ସିଂଗାପୁର, ୟୁ.ଏ.ଇ, ଭିଏତନାମ ଓ ଶ୍ରୀଲଂକା |
No Copyright. Please spread the message of Anapanasati Meditation, Vegetarianism and Spiritual Science to the whole world.
Powered by PyramidEarth